ଖୁବ ଶୀଘ୍ର ହଟିବେ ଚୀନ ସେନା : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

( ଲଦାଖ ): ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ଲାଇନ (ଏଲଏସି)ର ନିକଟବର୍ତ୍ତୀ ଅଞ୍ଚଳରୁ ଚୀନ ସୈନିକମାନଙ୍କୁ ପ୍ରତ୍ୟାହାର କରିବାର ପ୍ରୟାସ ତୀବ୍ର ହେଉଛି ଏବଂ ଶୀଘ୍ର ସଫଳ ହେବାର ଆଶା କରାଯାଉଛି । ଦୁଇ ଦେଶ ମଧ୍ୟରେ ଚିନ୍ତା ଦୂର କରିବା ପାଇଁ ସୀମା ଉପରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆବଶ୍ୟକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ।

ସୈନ୍ୟମାନଙ୍କ ଫେରସ୍ତ ରେ ବିଳମ୍ବ ହୋଇନାହିଁ : ବାଗଚି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଙ୍କ ବକ୍ତବ୍ୟ ବିଷୟରେ କହିଥିଲେ, ମାମଲାକୁ ବଢାଇବାରେ କୌଣସି ଦେଶର ହିତ ସାଧନା ନାହିଁ । ତେଣୁ ଆମେ ଆଶା କରୁଛୁ ଯେ ଚୀନ ଶୀଘ୍ର ସୈନ୍ୟ ବାହିନୀ ପ୍ରତ୍ୟାହାର ପ୍ରକ୍ରିୟା ପୂରଣ କରିବ । ଏହା କେବଳ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିବ ନାହିଁ ବରଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିକଶିତ କରିବ ।

ସୂଚାନୁଯାୟୀ , ମେ ୫- ୨୦୨୦ରେ ଯେତେବେଳେ ଚୀନ ସୈନ୍ୟ ମାନେ ସୀମା ପାରି କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ ସେତେବେଳେ ଏଲଏସି ଉପରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଏହାର ଉତ୍ତରରେ ଭାରତ ନିଜର ସୈନ୍ୟବାହିନୀକୁ ଲାସିର ଉଚ୍ଚ ଅଞ୍ଚଳକୁ ପଠାଇଲା । ଦୀର୍ଘ ଦିନର ଆଲୋଚନା ପରେ ଉଭୟ ଦେଶର ସୈନିକମାନେ ପଙ୍ଗ ହ୍ରଦ ଧାରରୁ ଫେରି ଆସିବାକୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଚୀନର ସୈନିକମାନେ ଏବେ ବି ଡେପସଙ୍ଗ, ଗୋଗ୍ରା ଏବଂ ପିରଙ୍ଗ ଅଞ୍ଚଳରେ ରହିଛନ୍ତି ।