(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) ; ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ସବୁ ଦିନ ଭଳି ମାସ୍କ ଚେକିଂ କରୁଥବା ସମୟରେ ସ୍ଥାନୀୟ ତହସିଲଦାର ବିଜୟ ମାଣ୍ଡାଙ୍ଗୀ, ହଠାତ୍ ଏକ ବୋଲେରୋ ଗାଡ଼ିରେ ଦେଖିବାକୁ ପାଇଲେ ଯେ ୫ ଜଣ ନାବାଳିକା ସେହି ଗାଡ଼ିରେ ବସିଛନ୍ତି। ଟିକିଏ ସନ୍ଦେହ ଲାଗିବାରୁ ସେ ଝିଅ ମାନଙ୍କ ତଥ୍ୟ ଓ କୁଆଡେ ଯାଉଛନ୍ତି ଜାଣିବାକୁ ଚାହିଁଥିଲେ କିନ୍ତୁ ଝିଅମାନେ କୈାଣସି ବିଶ୍ୱାସଯୋଗ୍ୟ ଉତ୍ତର ଦେଇନଥିଲେ ଓ ତୁରନ୍ତ ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରିଥିଲେ । ଅଳ୍ପ ସମୟ ମଧ୍ୟରେ କୁଡୁମୁଲୁଗୁମ୍ମା ଚାଇଲ୍ଡ ଲାଇନ କମ୭ଚାରୀ ସେଠାରେ ପହଁଚି ୫ ଜଣ ଝିଅଙ୍କୁ ପଚାରି ବୁଝିବା ସମୟରେ ଜାଣିବାକୁ ପାଇଥିଲେ ଯେ ସମସ୍ତେ ମୁଦୁଲିପଡା ବଣ୍ଡାଘାଟୀ ଅଞ୍ଚଳର ପଡେଇଗୁଡା ଗ୍ରାମର ଓ ଦାଦନ ନାଁରେ ବାହାର ରାଜ୍ୟ ଆନ୍ଧ୍ର କୁ ଯାଉଥିଲେ । ଚାଇଲ୍ଡ ଲାଇନ କର୍ମୀ କହିଛନ୍ତି ଯେ ବର୍ତ୍ତମାନ ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ସ୍ଥିତ ଶିଶୁ କଲ୍ୟାଣ କେନ୍ଦ୍ରକୁ ସେମାନଙ୍କ ସାମୟିକ ଥଇଥାନ ନିମନ୍ତେ ନିଆଯିବ ଓ ପ୍ରକୃତ ଘଟଣାର ତଦନ୍ତ କରାଯାଇ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ । ବର୍ତମାନ ଗୋଟିଏ କଥା କୁହାଯାଇ ପାରେ ଯେ, ନାବାଳିକା ଝିଅ ଚାଲାଣକାରୀଙ୍କ ଲୋଲୁପ ଦୃଷ୍ଟି ରେ “ବଣ୍ଡାଘାଟୀ” ।