କିନ୍ନର ବେଶରେ ପିଲା ଚୋରି ଘଟଣା : ଧରାପଡିଲେ ଦୁଇ ଅଭିଯୁକ୍ତ, ଶିଶୁ କନ୍ୟା ଉଦ୍ଧାର

ଯାଜପୁର:  କିନ୍ନର ବେଶରେ ଠାକୁରମୁଣ୍ଡାରୁ ଶିଶୁକନ୍ୟା ଚୋରି ଘଟଣା। ପୁଲିସ୍ ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ଅପହରଣ ହେବାର ତିନି ଦିନ ପରେ ଦୁଇ ପିଲା ଚୋରକୁ ଧରି ଥାନାରେ ପହଞ୍ଚିଲା କିନ୍ନର ସଂଘ ।  ଦୁଇ ଅଭିଯୁକ୍ତ କିନ୍ନର ବେଶରେ ପିଲାଚୋରି କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ତିନି ଦିନ ତଳେ ଠାକୁରମୁଣ୍ଡା ବସ୍ ଷ୍ଟାଣ୍ଡରୁ ୫ ବର୍ଷର ଶିଶୁ କନ୍ୟାକୁ ଲିପୁ ନାୟକ ନାମକ ଛଦ୍ମ ବେଶୀ କିନ୍ନର ଅପହରଣ କରି ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲେ । ଚୋରୀ ସମୟର ଭିଜୁଆଲ ଠାକୁରମୁଣ୍ଡା ପୋଲିସ ସାର୍ବଜନୀନ କରିବା ସହ ଶିଶୁ କନ୍ୟାର ମ ର ଅଭିଯୋଗ ଅନୁଯାୟୀ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଅପହରଣ କାରି ଲିପୁ ନାୟକ ଓ ତାର ଜଣେ ସହଯୋଗୀଙ୍କୁ ଯାଜପୁର ରୋଡ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।