ମାଲକାନଗିରି/ ସୂର୍ଯ୍ୟକାନ୍ତ ବେହେରା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲାରାଇ ପଞ୍ଚାୟତ ଅନ୍ତର୍ଗତ ସୁଧାଖୁଣ୍ଟା ଗାଁରେ ଅଜଣା ରୋଗରେ ୧୫ ଦିନରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଠଶଫ ମଙ୍ଗଳବାର ଡାକ୍ତରୀ ଟିମ ପହଞ୍ôଚ ଘଟଣାର ତଦନ୍ତ କରିଥିଲେ । ଡାକ୍ତରୀ ଟିମ ଗାଁର ସମସ୍ତ ଘର ବୁଲି ଏହି ଅଜଣା ରୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା । ତେବେ ଗ୍ରାମବାସୀଙ୍କ ସହ ବହୁ ସମୟ ଆଲୋଚନା କରିବା ପରେ କୌଣସି ଅଜଣା ରୋଗର ସନ୍ଧାନ ପାଇ ନଥିଲା । ଏପରି କି, ଶିଶୁ ମୃତ୍ୟୁ ନେଇ ପ୍ରକାଶ ପାଇଥିବା ଖବର ମଧ୍ୟ ପ୍ରମାଣିତ ହୋଇପାରି ନଥିଲା । ଡାକ୍ତର ଚିନ୍ମୟ ପଣ୍ଡାଙ୍କ ନେତୃତ୍ୱରେ ଗାଁକୁ ଗସ୍ତ କରିଥିବା ଦଳରେ ସୁପରଭାଇଜର ପ୍ରତିମା ନାୟକ, ଏନଏନଏମ ଯଶୋଦା ଦାସ, ଗ୍ରାମର ଅଙ୍ଗନୱଡ଼ି କର୍ମୀ ସୁମଳା ବୈରାଗୀ ଓ ଆଶା ହେଲପର୍ ପ୍ରମୁଖ ସାମିଲ ଥିଲେ ।