ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସମସ୍ତ ବସ୍ ରେ ଲାଗିବ ସ୍ମାଟ୍ ଡିଭାଇସ । କାରଣ ଏହି ଡିଭାଇସ ଦୁର୍ଘଟଣାରେ ରୋକିବାରେ ସହାୟତା ହେବ ।
ତେବେ ସଡକ ସୁରକ୍ଷା ଉଦଘାଟନ ମାସର ସମୟରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଇଲୋକ୍ଟ୍ରୋନିକ୍ସ ସ୍ମାଟ ଡିଭାଇସ ଲଗାଇଇବା ପାଇଁ ଘରୋଇ ବସ୍ ମାଲିକଙ୍କୁ ସହାୟତା ଦେବେ ରାଜ୍ୟ ସରକାର ।ଡ୍ରାଇଭରଙ୍କ ଆଖି ଲାଖିଗଲେ ସ୍ମାର୍ଟ ଡିଭାଇସ ସାଇରନ୍ ଦେବ । ମଦପିଇ ଗାଡି ଚଳେଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ । ରୋଡ ହିପ୍ନୋଟିଜମକୁ ମଧ୍ୟ ଏଡ଼ାଇବ ଏହି ଡିଭାଇସ ।
ସେହିପରି ଟ୍ରାଫିକ ସମସ୍ୟା ଦୂର କରିବାକୁ ଟ୍ରାଫିକ ପୋଲିସ ନିଯୁକ୍ତି କରିବେ ମୋହନ ସରକାର । ୨ହଜାରରୁ ଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଚଳିତ ବର୍ଷ ୫୦୦ ଜଣ ନିଯୁକ୍ତି କରିବା ନେଇ ଘୋଘଣା କରିଛନ୍ତି ସିଏମ ।