ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ଗିନିଜ ବୁକ୍ ଅଫ ରେକର୍ଡ ସାର୍ଟିଫିକେଟ

ଭୁୁବନେଶ୍ୱର: ପୁଣି ଓଡିଶା ପାଇଁ ଗର୍ବ ଆଉ ଗୈାରବ ଦିନ ଆଣିଦେଇଛନ୍ତି । ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ମୁମ୍ବାଇରୁ ପୁରସ୍କୃତ ହୋଇ ଫେରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ପୁଣି ଗିନିଜ ବୁକ ଅଫ୍ ରେକର୍ଡ ସାର୍ଟିଫିକେଟ ହାତେଇଛନ୍ତି ନବୀନ । ବିର୍ସା ମୁଣ୍ଡା ଷ୍ଟାଡିୟମ ବିଶ୍ୱର ବୃହତ୍ତ ଷ୍ଟାଡିୟମ ଭାବେ ଖ୍ୟାତି ଅର୍ଜନ କରିଛି ।

ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଛନ୍ତି ଗିନିଜ ବୁକ ଅଫ ରେକର୍ଡ ସାର୍ଟିଫକେଟ । ଗିନିଜ ବୁକ ଅଫ ରେକର୍ଡର ଅଧିକାରୀ ମାନେ ଏହି ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।                            

ଗିନିଜ ବୁକ୍ ରେକର୍ଡରେ ସ୍ଥାନ ପାଇଥିଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ତେବେ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ଶୁସାନ ପାଇଁ ଓଡିଶା ଏବେ ପ୍ରେତ୍ୟକ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଆଉ ଓଡିଶା ପାଇଛି ଅନେକ ଦେଶରୁ ପୁରସ୍କୃତ ହୋଇସାରିଛି ।