ମୁଣ୍ଡିଆ ମାରି ସଚିବାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ପ୍ରବେଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି । ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଇ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଉଁ ଅଫିସରେ ବସୁଥିଲେ ସେଠାରେ ମୋହନ ଚରଣ ମାଝୀ ବସିବେ । ହେଲେ ବସିବା ସ୍ଥାନରେ ବାସ୍ତୁ ବିତ ଓ ଅନ୍ୟ ପୁରୋହିତଙ୍କ ପରାମର୍ଶ ଅନୁଯାୟୀ ପରିବର୍ତ୍ତନ ହୋଇଛି ।
ସେଠାରେ ବେଦ ପାଠ ଚାଲିଥିôବା ବେଳେ ମୁଣ୍ଡିଆ ମାରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ରଜସ୍ୱ ବିଭାଗର ବାର୍ଷିକ ବୈଠକରେ ଯୋଗ ଦେବେ । ଏହି କମିଟିରେ ମୁଖ୍ୟ ମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସଂହ ଦେଓ , ପ୍ରଭାତୀ ପରିଡାଙ୍କ ସମେତ ଅନେକ ମନ୍ତ୍ରୀ , ସାଂସଦ ସଦସ୍ୟ ଅଛନ୍ତି ।