ବ୍ୟୁରୋ: ଦେଶରେ ଦୁଷ୍କର୍ମ ଏବେ ଟ୍ରେଣ୍ଡଂରେ ଚାଲିଛି କହିଲେ କିଛି ଭୁଲ ହେବନି । କାରଣ ଏଠି ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ କେହି ବର୍ତି ପାରୁନାହାନ୍ତି ଏ ଦୁଷ୍କର୍ମକାରୀଙ୍କ ଠାରୁ । ପ୍ରେତ୍ୟକ ଦିନ ଗଣଦୁର୍ଷମ ଖବର ସାମ୍ନାକୁ ଆସୁଛି । ଖାଲି ମହିଳା ନୁହେଁ ୩ ମାସର କୋମଳ ମତି ଶିଶୁ କୁ ବି ଛାଡୁ ନାହାନ୍ତି ଏହି ନୃସଂଶ ବ୍ୟକ୍ତି । ଦେଶରେ ଦୁର୍ଷ୍କମ ଦିନକୁ ଦିନ ଏମିତି ବଢିଲାଣି ଯେ ଦିନ ଦି୍ପହରରେ ମଧ୍ୟ ଚାଲିଛି ଦୁଷ୍କର୍ମ । ସାମାନ୍ୟ ନିଜ ଶାରୀରିକ ଶୋଷ ମେଣ୍ଟାଇବା ପାଇଁ ମଣିଷ ତାର ମାନବିକତା ଭୁଲି ଯାଉଛି ।
ହେଲେ ଆମେ ଆଜି ଏମିତି ଘଟଣା ଜଣାଇବୁ , ଯାହାକୁ ଜାଣି ଆପଣମାନେ ହଜାର ଥର ଭାବିବେ ସତରେ କ’ଣ ଏ ଦୁନିଆରେ ମାନବିକତା ହଜିଯାଇଛି ? ଏଠି କୁକୁଡା ଚୋରୀ ପାଇଁ ଜଣେ ମହିଳାକୁ ଦୁଇ ଦିନ ଧରି ଗଣଦୁର୍ଷ୍କମ କରିଛନ୍ତି ଦୁର୍ବୁତ । ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଏଠାରେ ଜଣେ ବ୍ୟକ୍ତି କୁକୁଡା ଚୋରୀ କରିଥିଲା । ଏହା ଜାଣିବା ପରେ ପାଂଚ ଜଣ ପଡୋଶୀ ମିଶି ସେହି ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ ।
ତାଙ୍କୁ ବଂଚାଇବା ପାଇଁ ଯାଇଥିବା ମହିଳା ଜଣଙ୍କୁ ମଧ୍ୟ ସେ ପଡୋଶୀ ଛାଡିନଥିଲେ । ଆଉ ତା ପରେ ସ୍ୱାମୀର ହାତ ଗୋଡ ବାନ୍ଧି ତାଙ୍କ ଆଗରେ ସ୍ତ୍ରୀକୁ କରିଥିଲେ ଗଣଦୁଷ୍କର୍ମ । ଦିନେ ନୁହେଁ ବରଂ ୨ ଦିନ ଧରି କରିଥିଲେ ଦୁର୍ଷ୍କମ । ଦୁର୍ଷ୍କମ କରିବା ପରେ ୫ ଜଣ ଫେରାର ହୋଇଯାଇଛନ୍ତି । ଏ ନେଇ ମହିଳା ଜଣଙ୍କ ଥାନାରେ ମାମଲା ରୁଜୁ କରିଥିଲେ । ମାମଲା ରୁଜୁ ପରେ ପୋଲିସ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।