ଆରମ୍ଭ ହେଲା ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା।

(କଳାହାଣ୍ଡି) : ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ମାଣିକେଶ୍ଵରୀ ପୀଠ। କୋଭିଡ କଟକଣା ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ପରମ୍ପରା।

ସୂଚନାନୁଯାୟୀ , ଭବାନୀପାଟଣା ମାଁ ମାଣିକେଶ୍ଵରୀଙ୍କ ମୂଳ ଆସ୍ଥାନ ମନ୍ଦିର ଠାରୁ ମାଁଙ୍କ ପ୍ରତୀକ ଛତର ଭୋର ୫ ଟାରେ ବାହାରୀ ସହର ଉପକଣ୍ଠ ଜେନାଖାଲରେ ଗୁପ୍ତ ପୂଜା ଜାରି ରହିଛି। ଛତର ଯାତ୍ରା ସମୟରେ ଭବାନୀପାଟଣା ସହରରେ ପ୍ରବେଶ ଉପରେ ପ୍ରଶାସନ ୧୪୪ ଧାରା ଲାଗୁ କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ କଟକଣା ସତ୍ତ୍ଵେ ମଧ୍ୟ ପଶୁ ଓ ପକ୍ଷୀଙ୍କ ବଳି ପଡିବା ସମ୍ଭାବନା ରହିଛି। ଛତର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ବିନା ଭକ୍ତରେ ବିଧି ରକ୍ଷା ପାଇଁ ପରମ୍ପରା ପାଳନ କରାଯାଉଛି।