ପୁରୁଷ ଚୟନକର୍ତ୍ତା କମିଟିର ଅଧକ୍ଷ ହେଲେ ଚେତନ ଶର୍ମା

ନୂଆଦିଲ୍ଲୀ : ଘୋଷଣା ହୋଇଛି ବିିସିସିଆଇର ପୁରୁଷ ଚୟନକର୍ତ୍ତା କମିଟିର ସଦସ୍ୟଙ୍କ ନାମ । ଏଥିରେ ପୁଣିଥରେ ଅଧକ୍ଷ ଭାବେ ମନୋନୀତ ହୋଇଛନ୍ତି ଚେତନ ଶର୍ମା । ଚେତନଙ୍କ ସହ ଅନ୍ୟ ଚାରି ଜଣଙ୍କୁ ମଧ୍ୟ କମିଟିରେ ନିଯୁକ୍ତ ଦିଆଯାଇଛି । ଇଷ୍ଟ ଜୋନରୁ ଓଡ଼ିଶାର ଶିବ ସୁନ୍ଦର ଦାସଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେଣ୍ଟ୍ରାଲ ଜୋନରୁ ପଶ୍ଚିମବଙ୍ଗର ସୁବ୍ରତ ବନାର୍ଜୀ, ୱେଷ୍ଟର୍ଣ୍ଣ ଜୋନରୁ ମହାରାଷ୍ଟ୍ରର ସଲିଲ ଅଙ୍କୋଲା ଏବଂ ସଦର୍ଣ୍ଣ ଜୋନରୁ ତାମିଲନାଡୁର ଶ୍ରୀଧରନ ଶରଥଙ୍କୁ ନିଯୁକ୍ତି ଦିଆଯଆଇଛି ।
ତେବେ, ଏହି କମିଟିର ନେତୃତ୍ୱ ନେବେ ଚେତନ ଶର୍ମା । ଏନେଇ ବିସିସିଆଇ ସଚିବ ଜୟ ଶାହ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ଗତ ୧୮ ଡିସେମ୍ବରରେ ଚୟନକର୍ତ୍ତା ଟିମ୍ ପାଇଁ ଆବେଦନ ଗ୍ରହଣ କରାଯାଇଥିଲା । ମୋଟ ୬୦୦ ଆବେଦନ ଗ୍ରହଣ କରିଥିଲା ବିସିସିଆଇ । ସେଥିମଧ୍ୟରୁ ଏହି ପାଞ୍ଚଜଣଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯଆଇଛି । ଗତ ନଭେମ୍ବର ୧୮ ତାରିଖରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରିଥିଲା ବିସିସିଆଇ ।
ସେହି କମିଟିର ନେତୃତ୍ବ ଚେତନ ଶର୍ମା ନେଉଥିବା ବେଳେ କମିଟିରେ ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ଓ ଇଷ୍ଟ ଜୋନରୁ ଓଡ଼ିଶାର ଦେବାଶିଷ ମହାନ୍ତି ରହିଥିଲେ । ଟି-୨୦ ବିଶ୍ୱକପରେ ପରାଜୟ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ଈଉଉଓ) କାର୍ୟ୍ୟାନୁଷ୍ଠାନ ଆଧାରରେ ସେହି କମିଟିକୁ ବରଖାସ୍ତ କରିଥିଲା । ନୂତନ ଭାବେ ଗଠିତ ଏହି କମିଟିର କାର୍ୟ୍ୟକାଳ ପ୍ରାୟ ୪ ବର୍ଷ ରହିବ ।