ଦୁଇ ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଛି ଚୌଦ୍ୱାର ପୋଲିସ

କଟକ: କଟକ ଚୌଦ୍ୱାରର ଇନ୍ଦ୍ରାଣୀପାଟଣାରେ ଡବଲ୍ ଏନ୍‌କାଉଣ୍ଟର । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିଛି ଚୌଦ୍ୱାର ପୋଲିସ । ଶୁଭ୍ରଜିତ ପରିଡା ଓ କଟାସ ରାଉତକୁ ଏନ୍‌କାଉଣ୍ଟର । ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ର ମିଳିତ ଭାବେ ଏନ୍‌କାଉଣ୍ଟର କରିଛନ୍ତି । ପୋଲିସ ଗୁଳିରେ ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ଏସ୍ ସିବିରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ,  ଡକାୟତି, ଲୁଟ୍‌ପାଟ ଭଳି ଏକାଧିକ ସଙ୍ଗିନ୍ ମାମଲାରେ ଜଡ଼ିତ ଥିଲେ କଟାସ ଓ ଜୁବୁଲା । ଉଭୟଙ୍କୁ ଧରିବା ପାଇଁ ପୋଲିସ ପିଛା କରୁଥିଲା । ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ପୋଲିସ ଓ ଅଭିଯୁକ୍ତ ଦ୍ଵୟ ମୁହଁ ମୁହିଁ ହୋଇଥିଲେ । ସ୍ଥିତି ବିଗିଡ଼ି ଯିବାରୁ ପୁଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚାଳନା କରିଥିଲା ।

ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବାର ସୂଚନା ମିଳୁଛି । ଆହତ ଅଭିଯୁକ୍ତଙ୍କୁ ଏସ୍‌ସିବି ଟ୍ରମା କେୟାର୍‌ରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି । ପ୍ରାଥମିକ ସୂଚନାରୁ ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ଓ ଜୁବୁଲାର ଘର କଟକର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ ବୋଲି ଜଣା ପଡ଼ିଛି।