ପୁରୀ : ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥ ପାଇଁ ପୋଟଳ, ପାରାଭାଡି ଏବଂ ଖପୁରି ନିର୍ମାଣ ଶେଷ ହୋଇଛି । କଳସରେ ପାଖୁଡ଼ା ଲଗାଯାଇଛି। ତିନିରଥର ପଛୁଆଣି କତରା ସଂଯୋଗ କରାଯାଇଛି । ତାଗ ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚନ୍ଦ୍ରଶାଳି ନିର୍ମାଣ ଶେଷ ହୋଇଛି ।

ବଡ଼ଧରା ପୋଟଳ ନିକଟରେ ୮ଟି ଲେଖାଏଁ ବତା ବାଡ଼ାଯାଇଛି। ପୋଟଳରେ ନାହାକା ଲଗାଯାଇଛି । ରୂପକାର ସେବକ ନାଟଗୋଡ଼ ସମେତ ସିଂହାସନରେ ଖୋଦେଇ କରୁଛନ୍ତି। ରୂପକାରଙ୍କ ଦ୍ଵାରା ପାର୍ଶ୍ଵ ଦେବଦେବୀଙ୍କୁ ରଙ୍ଗ କରାଯାଉଛି। ଦରଜି ସେବକ ରଥକନା ସିଲାଇ କରୁଛନ୍ତି। ଅସ୍ଥାୟୀ କମାରଶାଳରେ ରଥ ନିର୍ମାଣ ପାଇଁ କଣ୍ଟାକବଜା ପ୍ରସ୍ତୁତ କରାଯାଉଛି।