ହରପ୍ରସାଦ ବିଷୋୟୀ – ଗଞ୍ଜାମ -ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ପଦ ଉପନିର୍ବାଚନ ପାଇଁ ଦାଖଲ ହେଲା ପାର୍ଥିପତ୍ର ଜ୍ଝ ଆସନ୍ତା ଏପ୍ରେଲ ୨୮ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ପାର୍ଥିପତ୍ର ଶେଷ ତାରିଖ ଥିବା ବେଳେ ଦୁଇ ଜଣ ପାର୍ଥି ସେମାନଙ୍କ ପାର୍ଥିପତ୍ର ଦାଖଲ କରିଛନ୍ତି ଜ୍ଝ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ସୁନିତା ସାହୁ ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ପାର୍ଥି ପତ୍ର ଦାଖଲ କରିଥିବା ବେଳେ ବରିଡା ଗ୍ରାମର କୁନା ସ୍ୱାଇଁ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ପାର୍ଥି ପତ୍ର ଦାଖଲ କରିଛନ୍ତି ଜ୍ଝଆସନ୍ତା କାଲି ପାର୍ଥିପତ୍ର ଯାଞ୍ଚର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୯ ତାରିଖ ପାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ଜ୍ଝ ଏନେଇ ସୂଚନା ଦେଇଛନ୍ତି ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ ଜ୍ଝ
ପ୍ରକାଶ ଥାଉ କି ଚନ୍ଦନପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ସ୍ବର୍ଗତ ସୁବଳ ସାହୁ ଗତ ୬/୯/୨୦୨୦ ରେ ମୃତ୍ୟୁବରଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା।