ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ସାଙ୍ଗକୁ ଗୁଳୁଗୁଳି ରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । କିନ୍ତୁ ଆଜି ଠାରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । କାରଣ ତାତିରେ ଲାଗିବ ବ୍ରେକ । କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ଅସହ୍ୟ ଗରମରୁ ମିଳିବ ଆଶ୍ବସ୍ତି। ପୂର୍ବ ବିହାର ଓ ସଂଲଗ୍ନ ଉପ ହିମାଳୟ ପଶ୍ଚିମବଙ୍ଗ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ଥିବାରୁ ବଦଳିବ ପାଗର ମିଜାଜ ।୨୬ ରୁ ୩୦ ଯାଏ ଗ୍ରୀଷ୍ମ ପ୍ରଵାହ ସହ ଗୁଳୁଗୁଳି , ବିଜୁଳି ଘଡଘଡି ସହ ବର୍ଷା, କୁଆପଥର ସହ ଝଡ ପବନ ର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।ଏହାସହ ୨ ଦିନ ଭିତରେ ୨ ରୁ ୫ ଡିଗ୍ରୀ ତଳମାତ୍ର ମଧ୍ୟ ହ୍ରାସ ପାଇବ।
ଆସନ୍ତା ୨୪ ଘଂଟାରେ ପ୍ରବଳ ଗରମ ବା ଗ୍ରୀଷ୍ମ ପ୍ରବାହକୁ ନେଇ ଝାରସୁଗୁଡା, ବୌଦ୍ଧ, ବଲାଙ୍ଗୀର ଓ ସମ୍ବଲପୁର କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଉଷ୍ମ ଆଦ୍ର ସ୍ଥିତି ପାଇଁ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା କଟକ ଜଗତସିଂହପୁର ଏହି ୬ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ପାଣିପଜଜ଼ ପାଣିପାଗ ବିଭାଗ। ସେହିପରି ବିଜୁଳି ଘଡଘଡି ବୌଦ୍ଧ ସୋନପୁର ଓ ବଲାଙ୍ଗୀର ଏହି ୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ସହ ୫ ଜିଲ୍ଲା ବଲାଙ୍ଗୀର ସମ୍ବଲପୁର ଦେଓଗଡ ଝାରସୁଗୁଡା ଓ ସୁନ୍ଦରଗଡ଼ କୁ ବାଦ ଦେଇ ଅବଶିଷ୍ଟ ଜଲ୍ଲାର ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ଝାଡା ପବନର ବାହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।