(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗୋମୂତ୍ରରୁ ପ୍ରସ୍ତୁତ ହେଉଛି କର୍କଟ ଭଳି ଅସାଧ୍ୟ ରୋଗର ଔଷଧ । ଏପରି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ତାମିଲନାଡୁର କୋଏମ୍ବାଟୁରରେ ‘କର୍କଟ ରୋଗର ବିନାଶ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଔଷଧ ପ୍ରସ୍ତୁତି ପାଇଁ କାମ ଚାଲିଛି ବୋଲି ସେଠାରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଚୌବେ । ତେଣୁ କେନ୍ଦ୍ର ସରକାର ଗୋବର୍ଦ୍ଧନ ଏବଂ ଗୋପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି ।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗକୁ ସାମିଲ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା କରୁଛି । କେନ୍ଦ୍ର ସରକାର ଏକ ଭିନ୍ନ ଯୋଜନା ମାଧ୍ୟମରେ ବର୍ତ୍ତମାନ ୩ ପ୍ରକାରର କର୍କଟ ରୋଗର ଚିକିତ୍ସା ପ୍ରଦାନ କରୁଛନ୍ତି ଏବଂ ଏବେ ଜନ ଆରୋଗ୍ୟ ଯୋଜନାରେ ଏଭଳି ଯେକୌଣସି ଘାତକ ରୋଗକୁ ସାମିଲ କରାଯିବା ନେଇ ଅଧ୍ୟୟନ କରାଯାଉଛି ବୋଲି ଚୌବେ ସୂଚନା ଦେଇଛନ୍ତି ।