ସବୁ ରାଜ୍ୟରେ ହଟିବ କଟକଣା, ଚିଠି ଲେଖିଲା କେନ୍ଦ୍ର
ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ତେବେ ଏହା ସତ୍ତ୍ୱେ କିଛି ରାଜ୍ୟ କଟକଣା ବଳବତ୍ତର ରଖିଛନ୍ତି ।
(ଦିଲ୍ଲୀ) : ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ତେବେ ଏହା ସତ୍ତ୍ୱେ କିଛି ରାଜ୍ୟ କଟକଣା ବଳବତ୍ତର ରଖିଛନ୍ତି । ଏହି ଅତିରିକ୍ତ କଟକଣାକୁ ହଟାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି।
ସୂଚନାନୁଯାୟୀ , କରୋନା ସଂକ୍ରମଣ ହ୍ରାସ ହେତୁ ଏବେ ଆଉ ଅତିରିକ୍ତ କଟକଣାର ଆବଶ୍ୟକତା ନଥିବା କେନ୍ଦ୍ର ସରକାର କହିଛନ୍ତି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତରିକ୍ତ କୋଭିଡ କଟକଣା-୧୯ କଟକଣା ପ୍ରତ୍ୟାହାର କରନ୍ତୁ। ଏବେ ସମଗ୍ର ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ତେଣୁ ରାଜ୍ୟ ଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ।