(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ୪ଟି ପର୍ଯ୍ୟାୟ ନିର୍ବାଚନ ସମୟରେ ପଶ୍ଚିମ ବଙ୍ଗରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଏହା ପରେ ୬ ତାରିଖରେ ହେବାକୁ ଥିବା ୫ ପର୍ୟ୍ୟାୟ ମତଦାନ ପାଇଁ ଏବେ ପଶ୍ଚିମବଙ୍ଗର ବିଭିନ୍ନ ବୁଥରେ କେବଳ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଅର୍ଥାତ ରାଜ୍ୟ ପୋଲିସ ବୁଥଠାରୁ ବହୁ ଦୂରରେ ରହିବେ । ବିଜେପି ଅଭିଯୋଗ କ୍ରମେ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ରାଜ୍ୟରେ ମତଦାନ ଚାଲିଥିବା ସମୟରେ ଗତ ୪ଟି ପର୍ୟ୍ୟାୟ ମତଦାନ ସମୟରେ ଅନେକ ବୁଥରେ ବ୍ୟାପକ ହିଂସା ଦେଖାଯାଇଥିଲା । ଟିଏମସି କର୍ମୀ ବୁଥ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ରାଜ୍ୟ ପୋଲିସର ଭୂମିକା ଥିବା ଏବଂ ପୋଲିସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚାପରେ ସବୁ ଜାଣିଶୁଣି ଚୁପ ରହିଥିବା ମଧ୍ୟ କେତେକ ସ୍ଥାନରେ ଦେଖାଦେଇଥିଲା । ଏହାପରେ ବିଜେପି ପକ୍ଷରୁ ବୁଥରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଥିଲା ।
ଏହାକୁ ନେଇ ନିର୍ବାଚନ ଆୟୋଗ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପଂଚମ ପର୍ୟ୍ୟାୟର ମତଦାନରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ବ୍ୟବହାର ନେଇ ମଂଜୁରୀ ପ୍ରଦାନ କରାଯାଇଛି।