ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଆମିଷ ବଜାର ଓ ବାପୁଜୀନଗର ମାର୍କେଟ୍‌କୁ ସିଲ୍‌ କଲା ବିଏମ୍‌ସି

ପୁଜୀନଗର ମାର୍କେଟ୍‌କୁ ସିଲ୍‌ କଲା ବିଏମ୍‌ସି । କୋଭିଡ୍‌ ନିୟମର ଉଲଙ୍ଘନ ହେଉଥିବାରୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌

(ଭୁବନେଶ୍ୱର) :  ୟୁନିଟ୍‌-୪ହାଟରେ ଥିବା ଆମିଷ ବଜାର ଓ ବାପୁଜୀନଗର ମାର୍କେଟ୍‌କୁ ସିଲ୍‌ କଲା ବିଏମ୍‌ସି । କୋଭିଡ୍‌ ନିୟମର ଉଲଙ୍ଘନ ହେଉଥିବାରୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଏହି ଦୁଇଟି ବଜାରକୁ ଆସନ୍ତା ୨୫ ତାରିଖ ଯାଏ ବନ୍ଦ କରିଛନ୍ତି । ସୁରକ୍ଷାକୁ ଦେଖି ଏଭଳି ନିସ୍ପତି ନେଇଥିବା ସୂଚନା ।

 

ସୂଚନାନୁଯାୟୀ , ବିଏମସି ଦକ୍ଷିଣ ପୂର୍ବ ଜୋନ୍‌ ଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଗତକାଲି ସକାଳୁ ୟୁନିଟ୍‌-୪ ହାଟର ଆମିଷ ବଜାରରେ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଅଧିକାଂଶ ଦୋକାନୀ ଓ ଲୋକେ କୋଭିଡ୍‌ ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା ।  ସେହିଭଳି ବାପୁଜୀନଗର ମାର୍କେଟରେ ମଧ୍ୟ ଅସମ୍ଭାଳ ଗହଳି ହେଉଥିଲା । ଶହ ଶହ ଲୋକେ ଏଠାରେ ଏକାଠି ହେଉଥିଲେ । ବିଏମସି ଟିମ୍‌ ଏହି ବଜାରକୁ ମଧ୍ୟ ବନ୍ଦ କରିଛି ।