କନ୍ଧମାଳ :କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ମେଡିକାଲ ଛକ ଠାରୁ ଟିକାବାଲି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଧରି ଶଭାଯାତ୍ରା କରି ବାହାନଗା ରେଳ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପାଇଁ ଟିକାବାଲି ସାମ୍ବାଦିକ ସଂଘ ତରଫରୁ ଆହାତ ମାନଙ୍କର ଆଶୁ ଆରୋଗ୍ୟ କରି ମହମବତୀ ଲଗାଇ ନିରବ ପ୍ରାର୍ଥନା କରିଥିଲେ l ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ଭାରତ ଇତିହାସ ରେ ଏକ ବିରଳ ରେଳ ଦୁର୍ଘଟଣା ଅଟେ l ଓଡିଶା ବାସୀଙ୍କ ହୃଦୟ କୁ କନ୍ଧେଇ ଦେଲା କରମଣ୍ଡଳ ଏକ୍ସପ୍ରେସ,ଅନେକ ଲୋକ ପରିବାର ପ୍ରତିପୋଷଣ ପାଇଁ ନିଜ ଭିଠା ମାଟି ଛାଡି ନିଜକୁ ଦାଦନ ଭାବରେ ବାହାର ରାଜ୍ୟରେ କାମ କରନ୍ତି l କେଉଁ ପରିବାର ନିଜ ପୁଅ କୁ ଫେରିବା ବାଟ ଏନେଇ ଅଛିତ କିଏ ସ୍ୱାମୀ କୁ ଖୋଜୁଛି,ଏହି ଦୁଃଖଦ ରେଳ ଦୁର୍ଘଟଣା ପାଇଁ ଅନେକ ଲୋକଙ୍କ ପରିବାର ଉଜାଡି ଗଲା l ଏହି ଖବର ହୃଦୟ ବିଦାକାର ଅଟେ l
ଏହି କାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର, ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ହେମନ୍ତ ମୁଖି ଓ ସମ୍ପାଦକ ସାନୁଜ କୁମାର ବେହେରା, କଷlଦକ୍ଷ ସଂଜୀବ ଦିଗାଲ, ଉପଦେଷ୍ଟା କୁନା ଦିଗାଳଏବଂ ରମେଶ କୁମାର ପଣ୍ଡା, ସଂଘ ର ସଦସ୍ୟ ଭାଇମାନେ ଏବଂ କଇଁଝର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁନିତା କହଁର, କଟିମାହା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ କର୍ଣ୍ଣେଲ କହଁର, ଶିକ୍ଷକ ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ଦିନାକୃଷ୍ଣ ମହାପାତ୍ର, M D ନରେନ୍ଦ୍ର ଦିଗାଳପୂର୍ବତନ ସରପଞ୍ଚ ପ୍ରକାଶ କହଁର, ଚନ୍ଧନ ପଣ୍ଡା, ତନୁଜ ଭୋଇ, ଜିତୁ, ରାଜେଶ ଭୋଇ, ଜ୍ୟୋତି ମହାପାତ୍ର, ନିର୍ମାଲ୍ୟ ସୁବୁଦ୍ଧି ଏବଂ ଟିକାବାଲି ବଣିକ ସଂଘ, ଡ୍ରାଇଭର ମହାସଂଘ, ତାରିଣୀ କମିଟି ବସ ଷ୍ଟାଣ୍ଡ, ଟିମ ହ୍ୟୁମାନିଟ ସଦସ୍ୟ ଓ ୟୁଥ ଓରୀୟର ସଙ୍ଘଠନ, ଛାତ୍ର ଛାତ୍ରୀ,ଅଞ୍ଚଳବାସୀ ବୁଦ୍ଧିଜୀବୀ,ଜନସାଧାରଣ ବହୁ ମାତ୍ରା ରେ ଯୋଗଦେଇ ବସ ଷ୍ଟାଣ୍ଡ ଠାରେ ନିରବ ପ୍ରାର୍ଥନା କରିବା ସହିତ ଚିକତ୍ସା ଅବସ୍ଥା ରେ ଥିବା ପ୍ରତ୍ୟେକ ଭାଇ ଓ ଭଉଣୀଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଥିଲେ l କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ