ବିଦେଶ ମାଟିକୁ ଥରାଇ ଦେଲା ଓଡ଼ିଶା ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଠାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ କୁ ବୃଦ୍ଧି ପାଇଛି। ଆହତଙ୍କ ସଂଖ୍ୟା 1000ରୁ ଅଧିକ ରହିଛି। ଏତେବଡ଼ ଦୁର୍ଘଟଣା କେବ ରାଜ୍ୟ କି ଦେଶ ନୁହେଁ ବିଦେଶ ମାଟିକୁ ବି ଥରାଇ ଦେଇଛି।ଋଷଠାରୁ ଆରମ୍ଭ କରି ତୁର୍କୀ, କାନାଡ଼ା, ଜାପାନ, ତାଇୱାନ ରାଷ୍ଟ୍ରମୁଖ୍ୟମାନେ ସମବେଦନା ଜଣାଇଛନ୍ତି ।ଏଥି ସହିତ  ସମବେଦନା ଜଣାଇଛନ୍ତି ନେପାଳ, ଆମେରିକା, କାନାଡା ଓ ଇଟାଲି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଉ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଏନେଇ ସେ ଟ୍ୱିଟ୍ କରି ଲେକିଛନ୍ତି “ ଭାରତର ଓଡ଼ିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଯେଉଁ ରିପୋର୍ଟ ଓ ଫଟୋ ସବୁ ଦେଖିବାକୁ ମିଳିଛୁ ତାହା ମୋ ହୃଦୟ ଭାଙ୍ଗି ଦେଇଛି। ଯେଉଁମାନେ ତାଙ୍କ ପରିବାରର ସଦସ୍ୟଙ୍କୁ ହରାଇଲେ ସେମାନଙ୍କୁ ପାଇଁ ମୁଁ ମୋ ସମବେଦନା ଜଣାଉଛି। ଆହତଙ୍କ ପାଇଁ ମଧ୍ୟ ମୋର ଚିନ୍ତା ରହିଛି। ଏଭଳି ଏକ ଦୁଃଖଦ ସମୟରେ କାନାଡ଼ାର ଲୋକମାନେ ଭାରତୀୟ ଲୋକଙ୍କ ସହିତ ରହିଛନ୍ତି।”

ସେହିପରି ତାଇୱାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ୱେନ୍ ମଧ୍ୟ ଟ୍ରେନ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ ଭାରତରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ସମସ୍ତ ପୀଡ଼ିତଙ୍କ ପାଇଁ ମୁଁ ପ୍ରର୍ଥନା କରୁଛି। ମୃତକଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି। ଆଶା କରୁଛି ଯେ ଉଦ୍ଧାର କାର୍ଯ୍ୟରେ ପୀଡ଼ିତଙ୍କୁ ସୁରକ୍ଷା ଦେଇ ହେବ।”

ରେଳ ଦୁର୍ଘଟଣାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଦୁଃଖ ପ୍ରକାଶ କରିବା ସହ ସେ କହିଛନ୍ତି ଯେ ଜାପାନ ସରକାର ଏବଂ ଲୋକଙ୍କ ତରଫରୁ, ଯେଉଁମାନେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରୁଛି ।

ସେହିପରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟ୍ରେନ ଦୁର୍ଘଟଣାକୁ ନେଇ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମବେଦନା ବାର୍ତ୍ତା ପଠାଇଛନ୍ତି ।ଅନ୍ୟପଟେ ୟୁରୋପୀୟ କମିଶନ ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନ୍ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।

ସେହିପରି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ମଧ୍ୟ ରେଳ ଦୁର୍ଘଟଣା ସଂକ୍ରାନ୍ତରେ ଶୋକ ପ୍ରକାଶ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଶତାଧିକ ଲୋକଙ୍କ ଜୀବନ ଚାଲିଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ ଯେଉଁମାନେ ନିଜର ପରିଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ସମବେଦନା ଜଣାଉଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଶତାଧିକ ଲୋକଙ୍କ ଜୀବନ ଚାଲିଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ ଯେଉଁମାନେ ନିଜର ପରିଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ସମବେଦନା ଜଣାଉଛି ।