ସକାଳ ସାଢେ ୮ଟା ସୁଦ୍ଧା ୩୨ ଡିଗ୍ରୀ ପାର ତାପମାତ୍ରା

ଭୁବନେଶ୍ବର: ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା । ଆଜି ସକାଳ ସାଢେ ୮ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୩୨ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୩୦ .୮ ଡିଗ୍ରୀ ସେଲସିଅସ୍ , ପୁରୀ, ଚନ୍ଦବାଲି ଏବଂ ସମ୍ବଲପୁରରେ ମଧ୍ୟ ପାରଦ ୩୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ସେହିପରି ରାଉରକେଲା, ପାରାଦୀପ, ଝାରସୁଗୁଡା , କେନ୍ଦୁଝର, ହୀରାକୁଦରେ ମଧ୍ୟ ଅସହ୍ୟ କଲାଣି ତାତି । ଏସବୁ ସହରରେ ତାପମାତ୍ରା ୨୯ ଡିଗ୍ରୀ ଉପରେ ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢିବା ସହ ଏପ୍ରିଲ ୪ରୁ ୬ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ସମୟରେ ଉପକୂଳ ଆଭ୍ୟନ୍ତର ଓଡିଶାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।