ସମଗ୍ର କଂଗ୍ରେସ ପରିବାର ଓ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର: କ୍ଷମା ପ୍ରାର୍ଥନା କରିଛନ୍ତି ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ବୁଦ୍ଧାଦିତ୍ୟ । ଭୁଲ ବଶତଃ ଏଭଳି ପୋଷ୍ଟ ହୋଇଥିବା ନେଇ ସେ କହିଛନ୍ତି । ତାଙ୍କ ପୋଷ୍ଟକୁ ନେଇ ବିବାଦ ପରେ ସୋସିଆଲ ମିଡ଼ିଆରେ କରିଥିବା ପୋଷ୍ଟକୁ ହଟାଇ ଦେଇଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି । ସମଗ୍ର କଂଗ୍ରେସ ପରିବାର ଓ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କଲେ ବୁଦ୍ଧାଦିତ୍ୟ । ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିଵି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ।
ସୂଚନା ଅନୂଯାୟୀ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଥିଲେ । ନିଜ ଫେସବୁକ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ ବିଷ୍ଣୋଇ, ବାବା ସିଦ୍ଧିକିଙ୍କୁ ମର୍ଡର କଲା ପରେ ଏବେ ଓଏସି ଓ ରାହୁଲ ଗାନ୍ଧୀଙ୍କ ପାଳି । ଏହି ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏଭଳି ମନ୍ତବ୍ୟ ପାଇଁ ଓଡ଼ିଶା ଛାତ୍ର କଂଗ୍ରେସ ଥାନାରେ ଅଭିଯୋଗ କରିବା ସହିତ ତୁରନ୍ତ ବୁଦ୍ଧାଦିତ୍ୟଙ୍କୁ ଗିରଫ ପାଇଁ ଦାବି କରିଛି ।