ଶ୍ରୀନଗର: ଶୁକ୍ରବାର ସକାଳେ ଜମ୍ମୁର ସାମ୍ବା ଅଞ୍ଚଳରେ ପାକିସ୍ତାନ ଡ୍ରୋନ ଦ୍ୱାରା ଖସାଯାଇଥିବା ଏକେ ୪୭ ରାଇଫଲ, ଏ ୯ ଏମଏମ ପିସ୍ତଲ ଓ ୧୫ ରାଉଣ୍ଡ ମାଗାଜିନ ଜବତ କରିଛି ବିଏସଏଫ । ବିଶେଷ ସୂତ୍ରରୁ ଖବର ପାଇଥିଲା ବିଏସଏଫ କି, ସାମ୍ବା ବର୍ଡରରେ ଡ୍ରୋନରୁ ଅସ୍ତ୍ରଆସୁଛି । ଏହି ସୂଚନା ଆଧାରରେ ବିଏସଏଫର ଦଳ ସାମ୍ବା ଅଞ୍ଚଳରେ ଶୁକ୍ରବାର ଦିନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୂର୍ବାହ୍ନ ୧୧.୩୦ ମିନିଟରେ ବିଏସଏଫ ଦଳ ଏକ ହଳଦିଆ ପଲିଥିନରେ କିଛି ଭର୍ତ୍ତିହୋଇ ପଡିଥିବା ଦେଖିବାକୁ ପାଇଥିଲା । ଏହାପରେ ଦଳ ପକ୍ଷରୁ ସତର୍କତା ସହ ପଲିଥିନକୁ ଜବତ କରାଯାଇଥିଲା ଓ ପଲିଥିନ ଭିତରୁ ଏକେ-୪୭, ଗୋଟିଏ ପିସ୍ତୋଲ, ଗୋଟିଏ ମାଗାଜିନ ଓ ୧୫ ରାଉଣ୍ଡ ୯ଏମଏମ ଗୁଳି, ଗୋଟିଏ କାଠ ଫ୍ରେମ ଯାହା ଡ୍ରୋନରେ ସଂଲଗ୍ନ କରାଯାଇଥିଲା ତାକୁ ଜବତ କରିଥିଲା । ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସ୍ଥାନଟି ଅନ୍ତରାଷ୍ଟୀୟ ସୀମାରୁ ୨୫୦ ମିଟର ଭିତରେ ଭାରତ ସୀମାରେ ରହିଛି । ନଭେମ୍ବର ୨୨, ୨୦୨୦ରେ ଯେଉଁ ସ୍ଥାନରେ ପାକିସ୍ତାର ଏକ ସୁଡଙ୍ଗ ଜବତ କରାଯାଇଥିଲା, ସେଠାରେ ଅସ୍ତ୍ରଶସ୍ତ୍ର ମିଳିଛି ।