ଭୁଶୁଡି ପଡିଲା ଫାପୁଡିଆ ପୋଲ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସାରା ବର୍ଷା ବିତ୍ପାତ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଶାଳପଡା ଛକଠାରୁ
(ଅନୁଗୁଳ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସାରା ବର୍ଷା ବିତ୍ପାତ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଶାଳପଡା ଛକଠାରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ଭୁଶୁଡି ପଡିଛି। ଫଳରେ ଯାୟାତର ସମ୍ପୂର୍ଣ୍ଣ ରୂପରେ ଠପ୍ ହୋଇଯାଇଛି। ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ବର୍ଷା ସମୟରେ ବାରମ୍ବାର ପୋଲ ଭାଙ୍ଗୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ସୂଚନାନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଆଜି ସକାଳୁ ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଶାଳପଡା ଛକଠାରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ହଠାତ୍ ଭୁଷୁଡି ପଡିଛି। ଫଳରେ ଏହି ରାସ୍ତାଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ୧୦ ଖଣ୍ଡ ଗାଁ ଲୋକେ ଯାତାୟତ ପାଇଁ ଏହି ପୋଲ ଉପରେ ନିର୍ଭର କରୁଥିବା ବେଳେ ବିଗତ କିଛି ବର୍ଷ ହେବ ବର୍ଷା ସମୟରେ ବାରମ୍ବାର ପୋଲ ଭାଙ୍ଗୁଥିବାରୁ ଲୋକଙ୍କ ମଧ୍ୟରେ ଅସୋନ୍ତଷ ଦେଖା ଦେଇଛି।