ମୁମ୍ବାଇ- ବଲିଉଡ ଅଭିନେତା ସନ୍ନିଦେଓଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହିମାଂଚଳ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ କାଲି ଏହି ସୂଚନା ଦେଇଛନ୍ତି । ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲ କିଛି ଦିନ ହେଲା ହିମାଚଳର କୁଲୁରେ ଥିଲେ । ୬୪ ବର୍ଷିୟ ସନ୍ନି କିଛି ଦିନ ତଳେ କାନ୍ଧରେ ସର୍ଜରୀ କରିଥିଲେ । ବର୍ତ୍ତମାନ ପଞ୍ଜାବର ଗୁରୁଦାସପୁରରୁ ବିଜେପି ସାଂସଦ ଅଛନ୍ତି ।