ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ପହଞ୍ଚଛନ୍ତି । ସେ ସଙ୍ଗମରେ ବୁଡ ପକାଇଛନ୍ତି । ଅକ୍ଷୟ କୁମାର ସଙ୍ଗମରେ ବୁଡ ପକାଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି ।ସଙ୍ଗମରେ ବୁଡ ପକାଇବା ପରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏହି ବ୍ୟବସ୍ଥା ପାଇଁ ପ୍ରଶଂସା କରିଛନ୍ତି ।

ବୁଡ ପକାଇବା ପରେ ଅକ୍ଷୟ କୁମାର ଗଣମାଧ୍ୟମ ସହ କଥା ହୋଇଥିଲେ । ଯେଉଁଠାରେ ସେ ମହାକୁମ୍ଭରେ ଥିବା ଚମତ୍କାର ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବହୁତ ମଜା ଆସିଆ । ବହୁତ ଭଲ ବ୍ୟବସ୍ଥା ହୋଇଛି । ଯୋଗୀ ସାହେବଙ୍କୁ ଏପରି ଭଲ ବ୍ୟବସ୍ଥା କରିଥିବାରୁ ଧନ୍ୟବାଦ ଜଣାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ମହାକୁମ୍ଭକୁ ସମସ୍ତ ବଡ ଲୋକ ଆସୁଛନ୍ତି । ଅମ୍ବାନୀ- ଆଦାନୀ ଆସୁଛନ୍ତି, ବଡ ଅଭିନେତା ଆସୁଛନ୍ତି । ମୁଁ ସମସ୍ତ ପୋଲିସ ଏବଂ କର୍ମୀ , ଯେଉଁ ମାନେ ସମସ୍ତଙ୍କ ଯତ୍ନ ନେଇଛନ୍ତି । ମୁଁ ସେମାନଙ୍କୁ ହାତ ଯୋଡି ଧନ୍ୟବାଦ ଦେବାକୁ ଚାହୁଁଛି ।