ଓରାପଦର ଘାଟରେ ବୁଡିଗଲା ଡଙ୍ଗା, ୨ ଜଣ ମହିଳା ଓ ଜଣେ ଶିଶୁ ନିଖୋଜ

ଙ୍ଗା ବୁଡି ୩ ଜଣ ନିଖୋଜ । ଅଭି ଏକ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଣ୍ଡାପ୍ରାଲି ପଞ୍ଚାୟତ ଓରାପଦର ଘାଟରେ । ନିଖୋଜଙ୍କ

(ମାଲକାନଗିରି) : ଡଙ୍ଗା ବୁଡି ୩ ଜଣ ନିଖୋଜ । ଅଭି ଏକ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଣ୍ଡାପ୍ରାଲି ପଞ୍ଚାୟତ ଓରାପଦର ଘାଟରେ । ନିଖୋଜଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି ।

ସୂଚନାନୁଯାୟୀ , ଅଣ୍ଡାପ୍ରାଲି ପଞ୍ଚାୟତ ଓରାପଦରରୁ ଦାମୋଦରବେଡାକୁ ୧୧ ଜଣ ଡଙ୍ଗାରେ ଆସୁଥିଲେ । ହଠାତ ଡଙ୍ଗାଟି ବୁଡି ଯାଇଥିଲା । ତେବେ ଏଥିରେ ୩ ଜଣ ନିଖୋଜ ଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ପତ୍ତା ମିଳୁ ନାହିଁ । ନିଖୋଜଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତ । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଚାଲିଛି ।