ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

ରାଜସ୍ଥାନ ପରେ ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ଓଡିଶା ରାଜ୍ୟ ସରକାର । ମହାମାରୀ ଘୋଷଣା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟ

(ଭୁବନେଶ୍ୱର) : ରାଜସ୍ଥାନ ପରେ ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ଓଡିଶା ରାଜ୍ୟ ସରକାର । ମହାମାରୀ ଘୋଷଣା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ସରକାର । ତେବେ ମହାମାରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସରକାର ।

ସୂଚନାନୁଯାୟୀ , କରୋନା ସଂକ୍ରମିତଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି । ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି । ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି । ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ଜୀବନ ଯାଇଥିବା କଥା କୁହାଯାଇଛି । ଏହାସହ ୧୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।