ଆପଣ ଜାଣନ୍ତି କି ? ବ୍ଲାକ୍ ଫଙ୍ଗସ୍ ର ଏହି ଲକ୍ଷଣ

ତେବେ ଆମ ଦେଶର ୧୦ଟି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ମାମଲା ଦେଖିବାକୁ ମିଳିଛି। ଏହାର ଲକ୍ଷଣ ଗୁଡିକ ଆସନ୍ତୁ ଜାଣିବା :-

(ଦିଲ୍ଲୀ) : ଦେଶରେ କରୋନା ଭାଇରସ ସହିତ ବର୍ତ୍ତମାନ ପୁରା ବିଶ୍ୱ ସଂଘର୍ଷ କରୁଛି । ତେବେ ଆମ ଦେଶର ୧୦ଟି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ମାମଲା ଦେଖିବାକୁ ମିଳିଛି। ଏହାର ଲକ୍ଷଣ ଗୁଡିକ ଆସନ୍ତୁ ଜାଣିବା :-
(୧) ନାକରୁ କଳା ପାଣି ବାହାରିବା
(୨) ମୁଣ୍ଡ ଚାରିପଟେ ବିନ୍ଧା ହେବା
(୩) : ଆଖି ଲାଲ ପଡ଼ି ଫୁଲିବା
(୪) : ପାଟି ଭିତରେ ଯନ୍ତ୍ରଣା ହେବା
(୫) : ଏହା ସହିତ ପାଟି ଭିତରେ କଳାଦାଗ ଦେଖାଯିବ ।
ଏହା ଏପରି ଏକ ଗମ୍ଭୀର ରୋଗ, ଯେଉଁଥିରେ ରୋଗୀଙ୍କୁ ସିଧାସଳଖ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିବ।
ସୂଚନାନୁଯାୟୀ , ଏହି ରୋଗ ମ୍ୟୁକର ମାଇସାଇଟସ୍ ନାମକ ଫଙ୍ଗସରୁ ହୋଇଥାଏ। ଏହି ଫଙ୍ଗସ୍ ନାକ ବାଟ ଦେଇ ଶରୀରର ବାକି ଅଙ୍ଗକୁ ପହଁଞ୍ଚିଥାଏ। ସାଧାରଣ ଭାବରେ ଫଙ୍ଗସ୍ ପବନରେ ହୋଇଥାଏ ଓ ନିଶ୍ବାସ ଜରିଆରେ ନାକକୁ ଯାଇଥାଏ। ବହୁବାର ଶରୀର କଟିଯାଇଥିବା କିମ୍ବା ଜଳି ଯାଇଥିବା ସ୍ଥାନରେ ଏହି ଫଙ୍ଗସର ସମ୍ପର୍କରେ ଆସିବା ଉପରେ ମଧ୍ୟ ଇମ୍ପେକସନ୍ ହୋଇଥାଏ।