(ହିଞ୍ଜିଳି / ରଜନୀକାନ୍ତ ପାତ୍ର ): ଓଡିଶାର ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ, ଜୟନାରାୟଣ ମିଶ୍ର ଓ ମୋହନ ଚରଣ ମାଝୀ ଚପଲ ଫିଙ୍ଗିଥିବା ଘଟଣାକୁ ଛତ୍ରପୁର ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏହାର ପ୍ରତିବାଦରେ ୩ଜଣ ବିଜେପି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡଠାରେ ଛାତ୍ର ବିଜେଡିର ରାଜ୍ୟ ଉପସଭାପତି ଭବାନୀକାନ୍ତ ସାହୁ ଓ ପୂର୍ବତନ କାଉନସିଲର ବି.ରାଜିବାବୁଙ୍କ ନେତୃତ୍ୱ ନେଇଥିବା ବେଳେ ଏଥିରେ ଛାତ୍ର ବିଜେଡିର ରାଜ୍ୟ ସଂପାଦକ ରାମହରି ମହାରଣା, ଜିଲ୍ଲା ବିଜେଡିର କାର୍ୟ୍ୟକାରୀ ସଦସ୍ୟ ରବୀନ୍ଦ୍ର ନାଥ ପଣ୍ଡା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ, ମନୋଜ କୁମାର ପାଢୀ, ଡମିନାଥ ସାହୁ ଓ କାଳିପ୍ରସାଦ ଦାଶ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ସନମୁଖ ପଟ୍ଟନାୟକ, କେ.ନାଗେଶ୍ୱର ରାଓ, ଓକିଲ ଟି.ମୋହନ ରେଡ୍ଡୀ ଓ ସୁରେଶ ଚନ୍ଦ୍ର ସେନାପତିଙ୍କ ସମେତ ବହୁ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ ।