ଭୁବନେଶ୍ୱର: ସବୁବେଳେ ଅଫିସର ମାନେ ସୁବିଧା ଜାଗାରେ ରହିବାକୁ ଚାହାଁନ୍ତି। ବିଜେଡ଼ି ସମୟରେ ତ ଦଳ ନଥିଲା। ଜନ ପ୍ରତିନିଧି ମାନଙ୍କ ଦ୍ଵାରା କିଛି ହଉ ନଥିଲା। ଏବେ ସେମାନେ ଇର୍ଷା କରୁଛନ୍ତି ଯେ ନେତାଙ୍କ ଗୁରୁତ୍ଵ ବଢିଛି। ଜାନକୀ ବାବୁଙ୍କ ସମୟରୁ ଅଫିସର ଙ୍କ ନିଜ ପାଖରେ ରଖିବାକୁ ଚାପ ପଡୁଥିଲା। ସୁପ୍ରିମ କୋର୍ଟ କହିଛନ୍ତି ପ୍ରତ୍ୟେକ ବିଧାୟକ ଓ ସାଂସଦ ଙ୍କ ଅଧିକାର ଅଛି ଭଲ ଅଫିସର ଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ କୁ ନେବା ପାଇଁ। ଦକ୍ଷ ଅଫିସର ମାନଙ୍କୁ ନିଜ ପାଖରେ ରଖିବାକୁ କିଏ ନ ଚାହିଁବ। ଆମେ ବି ସେଭଳି ଅଫିସର ଙ୍କୁ ଖୋଜୁ।