(ରିପୋର୍ଟସ ଟୁଡ଼େ)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଣ୍ଡିଆପାଲି ଛକରେ ବିଜେପି ଜିଲ୍ଳା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ି କୈାଣସି କାରଣରୁ ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ନିର୍ବାଚନ ପ୍ରଚାର ପାଇଁ ବିଜେପି ଅଧ୍ୟକ୍ଷା ଉଷା କୁମାରୀ ବୀରମହାରାଜପୁରରୁ ବିନିକା ଯାଉଥିବା ବେଳେ ତାଙ୍କୁ ଏହି ଅଘଟଣର ସାମନା କରିବାକୁ ପଡ଼ିଛି । ଏହି ଦୁର୍ଘଟଣାରେ ଉଷା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଉଷାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଷାଙ୍କ ଗାଡ଼ିରେ ଥିବା ଅନ୍ୟ ୪ଜଣ ବ୍ୟକ୍ତି ମଧ୍ୟ ଆହତ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ସୋନପୁର ମେଡ଼ିକାଲକୁ ପଠାଯାଇଛି ।