ଭୁବନେଶ୍ୱର:ବିଧାନସଭାର ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ । ବିରୋଧୀ ଦଳ ନେତା 5-T କେମିତି cmo ହେଲେ ବୋଲି ପ୍ରଶ୍ନ କଲେ । ସେ ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟାରୀ ହୋଇ ପାରନ୍ତି କିନ୍ତୁ cmo କେମିତି ହେବେ । ଜଣେ ବିଧାୟକ ନିଜକୁ ତାଙ୍କର କ୍ରୀତଦାସ ବୋଲି କହିଲେ । ସେପଟେ ଶାସକ ଦଳର ସଦସ୍ୟମାନେ କେନ୍ଦ୍ରର 5 କେଜି ଚାଉଳ କାଟିବା ପ୍ରସଙ୍ଗ ଉଠାଇ ହାତରେ ବ୍ୟାନର ପୋଷ୍ଟର ଦେଖାଇ ନିଜ ନିଜ ନିଜ ସ୍ଥାନରେ ପ୍ରତିବାଦ କରିଥିଲେ । ବାଚସ୍ପତି 12 ଟା ପର୍ଯ୍ୟନ୍ତ ଗୃହକୁ ମୂଲତବୀ ରଖିଛନ୍ତି ।