ବିଜେଡି ସରକାର ଓଡିଶାର ଜନସାଧାରଣ ଙ୍କୁ ଠକି ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ

(ଓମ୍ ପ୍ରକାଶ ମିଶ୍ର / ସୋନପୁର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଉଲୁଣ୍ଡା କଲେଜ ପଡିଆରେ ବିଜେପି ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ରାଜ୍ୟରେ ୨୦ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଓଡିଶାର କୋଟି ଜନସାଧାରଣ ଙ୍କୁ ଠକି ଚାଲିଛି ବୋଲି ସେ କହିଛନ୍ତି । କେନ୍ଦ୍ରରେ ମୋଦି ସରକାର ପାଞ୍ଚ ବର୍ଷରେ ୫ ଗୁଣ ବିକାଶ କରିଛନ୍ତି ବୋଲି କହିଛନ୍ତି । ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଆପଣମାନେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ସରକାର ଗଢିବାରେ ସହଯୋଗ କରନ୍ତୁ ବୋଲି ଆହ୍ବାନ କରିଛନ୍ତି । ଗରିବ ଚାଷିଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିବାବେଳେ ରାଜ୍ୟ ସରକାର ଯୋଜନାକୁ ଲାଗୁ କରୁନାହାନ୍ତି । ଏଣୁ ଏବେ ପରିବର୍ତ୍ତନର ସ୍ବର ଶୁଭିଲାଣି ଆଗାମୀ ଦିନରେ ଓଡିଶାର ଭୋଟରମାନେ ଏହାର ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ।