(ରିପୋର୍ଟସ ଟୁଡ଼େ / ଆଦର୍ଶ ରାଉତ ): ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ । ନିର୍ବାଚନକୁ ନେଇ ପ୍ରାର୍ଥୀ ଯେତିକି ଉତ୍ସୁକ ସେହପରି ଭୋଟର ମଧ୍ୟ କେଉଁ ନେତାଙ୍କୁ ରିଜେକ୍ଟ ଏବଂ ସିଲେକ୍ଟ କରିବେ ତାହା ଚର୍ଚ୍ଚା କରୁଛନ୍ତି । ଅନ୍ୟପଟେ ରାଜନେତା ମାନେ ପ୍ରତିଟି ଭୋଟର ପାଖରେ ପହଞ୍ଚିବା ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଏହି ପରିପେକ୍ଷୀରେ ଦଳ ମାନେ ନିଜର ସ୍ୱତନ୍ତ୍ର ପୋଷ୍ଟର ଓ ଯୋଜନାକୁ ନେଇ ପ୍ରଚାର ସଙ୍ଗୀତ ପ୍ରସ୍ତୁତ କରୁଛନ୍ତି । ଆଜି ବିଜେପି ତାର ପ୍ରଚାର ପାଇଁ ନିର୍ବାଚନୀ କ୍ୟାସେଟ ଓ ପୋଷ୍ଟର ରିଲିଜ କରିଛି । ବିଜେପି ବରିଷ୍ଠ ନେତା ମାନେ ନିର୍ବାଚନ କ୍ୟାସେଟ “ମୋଦୀ ରଙ୍ଗ ଲାଗିଲା” ର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଦଳୀୟ କାର୍ୟ୍ୟାଳୟରେ ବିଶ୍ୱଭୂଷଣ , ଧର୍ମେନ୍ଦ୍ର ପ୍ରଧାନ ,ବୈଜୟନ୍ତ , ଦାମ ରାଉତ , ବିଜୟ ମହାପାତ୍ର, ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।