(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଲୀ ): ପଦ୍ମ ଧରିଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ । ଆଜି ଭାରତୀୟ ଜନତା ପାଟି ବା ବିଜେପିରେ ବିଧବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡା ଙ୍କ ଉପସ୍ଥିତିରେ ସାଇନା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ତେବେ ସାଇନା ନେହୱାଲଙ୍କ ପୂର୍ବରୁ ରେସଲର ଯୋଗେଶ୍ୱର ଦତ୍ତ ଓ ବବୀତା ଫୋଗାଟ ବିଜେପିରେ ସାମିଲ ହୋଇଥିଲେ । କେବଳ ସାଇନା ନୁହେଁ ତାଙ୍କ ଉଭଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ପଦ୍ମଭୂଷଣ , ପଦ୍ମଶ୍ରୀ , ଖେଳରତ୍ନ ପୁରସ୍କାରରେ ପାଇଛନ୍ତି ସାଇନା । ହରିୟାଣାରେ ରହୁଥିବା ବେଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର ମଧ୍ୟ କରିବେ । ଆଗକୁ ଦିଲ୍ଲୀ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ସାଇନା ବିଜେପିରେ ଯୋଗ ଦେବା ପ୍ରସଙ୍ଗକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି ।