ମୁନିଗୁଡ଼ା/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ମୁନିଗୁଡାର ବିଜେଡି କାର୍ଯ୍ୟାଳୟ ପରିସରରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ ଓ ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ପଞ୍ଚାୟତର ଢ଼ାବାସାହି ଓ ସରାବାଲିର ବିଭିନ୍ନ ଦଳରୁ ସୁବାରାଓ ହିଆଲ, ସନ୍ତୋଷ ହିଆଲ, ପୁରୁଷତ୍ତମ କୁମାର, କଦଣ୍ଡ ସଗଡ଼ିଆ, ଦେବେନ୍ଦ୍ର କୁମାର, ରସିଲ ସଗଡ଼ିଆ, ଦୀନବନ୍ଧୁ ସଗଡ଼ିଆ ପ୍ରମୁଖଙ୍କ ୨୫ରୁ ଉର୍ଦ୍ଧ ନେତା ଓ କର୍ମୀ ଓ ସେହିପରି ମୁନିଗୁଡାର ଗୋପାଲ ନାଗ ମଧ୍ୟ ବିଜେଡିରେ ଯୋଗଦାନ କରିଛନ୍ତି l ଅତିଥିଭାବେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ତଥା ଆଇନି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାସ ଯୋଗଦେଇ ସମସ୍ତ ନେତା ଓ କର୍ମୀ ମାନଙ୍କୁ ଦଳୀୟ ଚିହ୍ନ ଥିବା ଉତ୍ତରୀୟ ପ୍ରଦାନ କରି ବିଜୁ ଜନତା ଦଳକୁ ସ୍ୱାଗତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳ କିପରି ଆହୁରି ଅଧିକ ମଜବୁତ ହୋଇ ବିପୁଳ ଭୋଟରେ ବିଜୟ ଲାଭ କରିବ ସେନେଇ ଆଲୋଚନା କରିଥିଲେ l ଏମାନେ ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଚିନ୍ତାଧାରା ଓ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକାରୀ ଉପରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ଯୋଗଦାନ କରିଥିବା ଜଣାପଡିଛି l ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ସଙ୍ଗଠକ ପିଙ୍କୁ ପାତ୍ର, ବୃନ୍ଦାବନ ପାଢ଼ୀ ଯୁବ ବ୍ଲକ ସଭାପତି ସିମାଞ୍ଚଳ ଦାସ, ପାତ୍ରଗୁଡା ସମିତି ସଭ୍ୟା ଶକୁନ୍ତଳା ନୁନ୍ଦ୍ରୁକା, ଶିବପଦର ସରପଞ୍ଚ ପ୍ରକାଶ କରସିକା ପ୍ରମୁଖଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l