(ରଜନୀକାନ୍ତ ପାତ୍ର / ହଂଜିଳି କାଟୁ ) : ଗଞ୍ଜାମ ଜିଲ୍ଲା ସୋରଡ଼ା ବିଜୁପଟ୍ଟନାୟକ ପିକନିକ ସ୍ଥଳରେ ଆଜି ପରିବର୍ଦ୍ଧିତ ଜିଲ୍ଲା କାଯ୍ୟକରିଣୀ ବୈଠକ ଆୟୋଜିତ ହୋଇଯାଇଛି।ଉକ୍ତ କାଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ପୂର୍ବତନ ମନ୍ତ୍ରୀ ତଥା ଗଂଜାମ ଜିଲ୍ଲା ପଯ୍ୟବେକ୍ଷକ ମହେଶ୍ୱର ମହାନ୍ତି ଯୋଗ ଦେଇଥିବା ବେଳେ ସଂମାନୀୟ ଅତିଥିଭାବେ ବ୍ରହ୍ମପୁର ଏମପି ଚନ୍ଦ୍ର ଶେଖର ସାହୁ,ଆସ୍କା ଏମପି ପ୍ରମିଳା ବିଷୋୟୀ,ଗଂଜାମ ଜିଲ୍ଲା ର ସମସ୍ତ ବିଧାୟକ ,ବିଧାୟିକା ସମେତ ଗଂଜାମ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଜିଲ୍ଲା ଅଧ୍ୟକ୍ଷା ଙ୍କ ସମେତ ସମସ୍ତ ପୂର୍ବତନ ବିଧାୟକ,ବିଧାୟିକା ଜିଲ୍ଲା ପରିଷଦ ସରପଂଚ ସମିତି ସଭ୍ୟ ଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ। ସାରା ଓଡିଶା ରେ ବିଜୁଜନତା ଦଳ କୁ ସୁଦୃଢ କରିବା ସହ ଏକ କୋଟି ସଭ୍ୟ ସଂଗ୍ରହ ଅଭିଯାନ କୁ ସଫଳ କରିବା ପାଇଁ ପ୍ରୟାସ ଜାରି ରଖିବାକୁ କୁହାଯିବା ସହ ଜିଲ୍ଲା ର ସମସ୍ତ ବିଧାୟକ ବିଧାୟିକା ଏଥିପ୍ରତି ଚେଷ୍ଟା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସୋରଡ଼ା ରେ ଆୟୋଜିତ ଏହି କାର୍ୟ୍ୟକ୍ରମ କୁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଆୟୋଜନ କରିଥିବା ବେଳେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ କର୍ମୀ ଓ ପ୍ରତିନିଧି ଏଥିରେ ଯୋଗଦେଇଥିଲେ।