୭ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମନ୍ୱୟ ରକ୍ଷାପାଇଁ ଜିଲ୍ଳା ଦାୟିତ୍ୱ

(ରିପୋର୍ଟସ ଟୁଡ଼େ / ହରପ୍ରସାଦ ବିଶୋଇ ) : ବିଜୁ ଜନତା ଦଳ ପକ୍ଷରୁ ଗତ ୨ ତାରିଖରୁ ସାରା ରାଜ୍ୟରେ ସଂଭ୍ୟ ଗ୍ରହଣ ଅଭିଯାଦ ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଳାରେ ଦଳର ପର୍ଯ୍ୟବେକ୍ଷକ , ସାଂସଦ , ବିଧାୟକ , ସଭାପତି ଓ ନିର୍ବାଚନ ମଣ୍ଡଳୀ ନେତାଙ୍କ ସହ ସମନ୍ୱୟ ରକ୍ଷା କରି ଏ କାର୍ଯ୍ୟ ଆଗକୁ ନେବାକୁ ସାତ ଜଣ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି । ତିନି ଜଣ ଉନ ସଭାପତି , ତିନି ଜଣ ସାଧାରଣ ସଂପାଦକ ଓ ଜଣେ ମୁଖପାତ୍ର ଙ୍କୁ ଦାୟିତ୍ୱ ଦିଆଯାଇଛି । ସଭାପତି ନବୀନ ପଟ୍ଟପନାୟକ ଙ୍କ ଅନୁମୋଦନ କ୍ରମେ ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼, ସମ୍ବଲପୁର , ଝାରସୁଗୁଡ଼ା , ଦେବଗଡ଼ , ବଲାଙ୍ଗିର ଓ ସୁବର୍ଣ୍ଣପୁରର ଦାୟତ୍ୱ ଦିଆଯାଥିବା ବେଳେ ଅନ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ , କଟକ ଓ ଅନୁଗୁଳ, ରାଜ୍ୟ ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ନୂଆପଡ଼ା , କଳାହାଣ୍ଡି , କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଉପ ସଭାନେତ୍ରୀ ପ୍ରମିଳା ମଲ୍ଳିକଙ୍କୁ ଉଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଳା ଦାୟିତ୍ୱ ଦିଆଯାଇଛି । ସଞ୍ଜୟ କୁମାର ଦାସ ବର୍ମାଙ୍କୁ ନବରଙ୍ଗପୁର , କୋରାପୁଟ , ମାଲକାନାଗିରି , ଗଜପତି, ରାୟଗଡ଼ା ଜିଲ୍ଳା ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସାଧାରଣ ସଂପାଦକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗଞ୍ଜାମ , ଖୋର୍ଦ୍ଧା , ପୁରୀ ଓ ନୟାଗଡ଼ ଜିଲ୍ଳା ଏବଂ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ପଣବ ପ୍ରକାଶ ଦାସ୍କୁ ମୟୁରଭଞ୍ଜ , ବାଲେଶ୍ୱର , କେନ୍ଦୁଝର , ସୁନ୍ଦରଗଡ଼ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।