ବିଜେଡ଼ି ଇସ୍ତାହାର କମିଟି ଘୋଷଣା

(ରିପୋର୍ଟସ ଟୁଡ଼େ / ଆଦର୍ଶ ରାଉତ ) : ଆଗାମୀ ସାଧାରଣ ଦିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ଦେଖାଯାଇଛି । ଦଳ ମଧ୍ୟରେ ଶାସକ ଦଳ ପ୍ରଥମେ ତାର ଇସ୍ତହାର କମିଟି ଘୋଷଣା କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କମିଟି ଘୋଷଣା କରିଛନ୍ତି । ବେଦ ପ୍ରକାଶ ଅଗ୍ରୱାଲ ହେଲେ ଇସ୍ତାହା କମିଟି ଅଧ୍ୟକ୍ଷ । ପ୍ରସନ୍ନ ଆଚାର୍ଯ୍ୟ , ମଙ୍ଗଳା କିସାନ , ସୌମ୍ୟ ପଟ୍ଟାନାୟକ , ପଦ୍ମନାଭ ବେହେରା ଏବଂ କସ୍ତୁରି ମହାପାତ୍ର ଙ୍କୁ କମିଟିର ସହ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । କମିଟରେ ଅନଙ୍ଗଉଦୟ ସିଂ ଦେଉ , ଭର୍ତ୍ତୁହରି ମହତାବ,ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଂଜୟ ଦାସବର୍ମା,ନଳୀନ ପ୍ରଧାନ, ରବି ଦାସ, ନବ ଦାସ,ଅରୁଣ ସାହୁ , ସୁଦାମ ମାରାଣ୍ଡି ,ରମେଶ ମାଝି , ସୁବାସ ସିଂହ ଓ ଚୀନ୍ମୟ ସାହୁ ପ୍ରମୁଖ ସାମିଲ ହୋଇଛନ୍ତି । ଯୁବ, ଛାତ୍ର, ଆଇଟି ୱିଙ୍ଗ ମୁଖ୍ୟ ମଧ୍ୟ ଇସ୍ତାହାର କମିଟିରେ ସାମିଲ ହୋଇଛନ୍ତି । ସେହିପରି କିଛି ଚାଷୀ ଓ ମହିଳା ସ୍ୱୟଂ ସହାୟିକା ନେତ୍ରୀ ମଧ୍ୟ କମିଟିରେ ସାମିଲ ଅଛନ୍ତି ।