ସୁନ୍ଦରଗଡ଼ : ୩ ଦିନ ପରେ ତାଳଚେରରୁ ଉଦ୍ଧାର ହେଲେ ବିରଜୁ କୁଲୁ । ସୁନ୍ଦରଗଡ଼ ରୁୁ ନିଖୋଜ ହୋଇଯାଇଥିଲେ ବିରଜୁ । ତାଳଚେର ଅଞ୍ଚଳ ରେ ବୁଲୁଥିବା ବେଳେ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ୍ । ମାନସିକ ଭାରସାମ୍ୟ ହରାଇ ଟ୍ର୍ରକ୍ରେ ପଳାଇଥିଲେ ସେ । ପାକିସ୍ତାନ ରେ ୨୫ ବର୍ଷ ଜେଳ୍ ରେ ରହିବା ପରେ ଗତ ନଭେମ୍ବର ୧୩ରେ ତାଙ୍କ ଗାଁ କୁ ଫେରିଥିଲେ ବିରଜୁ । କୁତ୍ରା ବ୍ଲକ କଟଙ୍ଗ ପଞ୍ଚାୟତ ଜଙ୍ଗରପଡ଼ାର ମାନସିକ ଭିନ୍ନକ୍ଷମ ମାରକୁସ୍ କୁଲୁ ଓରଫ୍ ବିର୍ଜୁ ଛୋଟବେଳେ ଝାଡ଼ଖଣ୍ଡ ବଲବା ଗ୍ରାମସ୍ଥିତ ମାମୁଁ ଘରେ ରହୁଥିଲେ। ସେ ହଠାତ୍ ଦିନେ ଉଭାନ ହୋଇଯାଇଥିଲେ। ତା’ପରଠାରୁ ବିର୍ଜୁଙ୍କ ଆଉ କୌଣସି ପତ୍ତା ମିଳିନଥିଲା। ଅଜାଣତରେ ସେ ଚାଲିଚାଲି ଭାରତ ସୀମା ପାର କରି ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନ ସୀମାରେ ପାଦ ଦେବାପରେ ସେଠାକାର କିଛି ଲୋକ ତାଙ୍କୁ କାବୁ କରି ଶିଖରପୁରକୁ ନେଇଯାଇଥିଲେ। ସେଠାରେ ପୁଲିସ୍ ତାଙ୍କୁ ଗିରଫ କରି ସପ୍ତାହେ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର ଜେଲ୍ରେ ବନ୍ଦୀ କରାଯାଇଥିଲା। ସେଠାରୁ ଅକ୍ଟୋବର ୨୬ ରେ ମୁକୁଳିବା ପରେ ନଭେମ୍ବର ୧୩ ରେ ଜନ୍ମ ମାଟି ରେ ପହଞ୍ଚିଥିଲେ ବିରଜୁ ।