ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ଦୁର୍ଘଟଣାରେ ଗଲା ବାଇକ ଆରୋହିଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅର୍ନ୍ତଗତ ବୁଡୁଣୀ ଛକ ନିକଟରେ । ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ପେଡ଼ିପଦର ଗ୍ରାମର ଖଗେଶ୍ବର ହିକକା(୨୫) ଦୋଳ ପୁର୍ଣିମା ଯାତ୍ରା ଦେଖି ବାଇକ୍ ଯୋଗେ ଘରକୁ ଫେରିବା ସମୟରେ ବିପରୀତ ଦିଗରେ ଆସୁଥିବା ଏକ ଟ୍ରକର ଲାଇଟ ଆଲୁଅ ପଡ଼ିବା ଫଳରେ ଭାରସାମ୍ୟ ହରାଇ ରାସ୍ତାରେ ଟଳିପଡ଼ିଥିଲେ । ଖବର ପାଇ ସେଇ ଗ୍ରାମର ଲୋକ ଆହତ ବାଇକ୍ ଆରୋହିକୁ ଆମ୍ବୁଲାନ୍ସ ଯୋଗ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସହ ପୋଲିସ୍ କୁ ଖବର ଦେଇଥିଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।