(ମୋନାଲିସା ମିଶ୍ର)ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଝାରଗାଡ଼ିଆ ଫାଣ୍ଡି ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା । ଗତକାଲି କାଉଁରିଆପାଳ ନିକଟରେ ମଧ୍ୟାହ୍ନ ସମୟରେ ଗୁଡ଼ିଆକାଟେଣୀ ଛକରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଏକ ଚିପ୍ସ ବୋଝେଇ ଟିପ୍ପର ଏବଂ ଢେଙ୍କାନାଳରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଛି।ମୃତକ ଜଣ ହେଲେ ଆଠଗଡ ଥାନା ତରସିଂହଁ ଗ୍ରାମର ୬୮ ବର୍ଷ ବୟସ୍କ ନିରାକାର ଭୋଇ ବୋଲି ଜଣାପଡିଛି।