ବାଇକ ଦୁର୍ଘଟଣା ଜଣେ ମୃତ

(ସର୍ବେଶ୍ୱର ପାତ୍ର)କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଡୋଲିଆ ସମାକୁଦ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ମୃତ ବରଣ କରିଛି । ମୃତକ କଙ୍କଡାହାଡ଼ ଥାନା ମାରଦା ଗାଁର ପ୍ରଫୁଲ୍ଲ ଦାସ ଙ୍କ ପୁଅ ପ୍ରଦିପ ଦାସ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରଫୁଲ୍ଲ ଏକ ବାଇକ ଯୋଗେ ତାଙ୍କର ବନ୍ଧୁ ଘର ମହାବିରୋଡ଼ ଯାଉଥିବା ସମୟରେ ଅନ୍ୟଏକ ବାଇକ ସହ ମୁଁହାମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲାା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।