ବିହାରର ପୂର୍ବତନ ଉପ- ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନସର

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପ- ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନସର । ଦୀର୍ଘ ୬ ମାସ ହେଲା ସେ ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ଏ ନେଇ ସେ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ‘ ଗତ ୬ ମାଦ ହେବ କ୍ୟାନସର ସହ ସଂଘର୍ଷ କରୁଛି । କିନ୍ତୁ ଏବେ ଲାଗୁଛି ଯେ, ଏବେ ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି । ସେଥିପାଇଁ ଏଥର ମୁଁ ଲୋକସଭା ନିର୍ବାଚନ ମୁଁ ଲଢିପାରିବି ନାହିଁ । କି ନିର୍ବାଚନରେ ଗୌଣସି ପ୍ରାକାର ସହଯୋଗ କରିପାରିବି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଜାଣଇଦେଇଛି । ତେବେ ଦେଶ ,ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି ।
ଦୂଚନା ଅନୁଯାୟୀ, ସେ ବିଧାନ ପରିଷଦରେ ପାଞ୍ଚ ବର୍ଷ ବିରୋଧୀ ଦଳର ନେତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସୁଶୀଲ କୁମାର ମୋଦୀ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମଧ୍ୟ ରହିଥିଲେ । ଅର୍ଥମନ୍ତ୍ରୀ ଥିବା ବେଳେ ତାଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ପ୍ରାଧିକୃତ କମିଟିର ସଭାପତି ମଧ୍ୟ କରାଯାଇଥିଲା ।