କରୋନା ଭାଇରସକୁ ନେଇ ବିଗ ବି ଲେଖିଲେ କବିତା

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସାରା ବିଶ୍ୱ ଏବେ କେରୋନା ଭାଇରସରେ ପୀଡ଼ିତ । ମୃତ୍ୟୁର ଏହି ଭାଇରସ ଦେଶ ପରେ ଦେଶକୁ ଗ୍ରାସ କରି ଚାଲିଛି । ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ଡ଼ାକ୍ତର ଏବଂ ବୈଜ୍ଞନିକ ମାନେ ଏହାର ପ୍ରତିଷେଧକ ବାହାର କରିବାକୁ ପାଇଁ ଅକ୍ଳାନ୍ତ ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟ ପଟେ ସାଧାରଣରେ ଏହି ଭାଇରସ ରକ୍ଷା ପାଇବା ପାଇଁ ନାନା ପ୍ରକାର ଗୁଜୁବ ମଧ୍ୟ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି । ହେଲେ ଅନ୍ୟ କେତେକ ବ୍ୟକ୍ତି ବିଶେଷ ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି ।
ଏହି କ୍ରମରେ ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଭାଇରସ ଉପରେ ନିଜର ମତାମତ ଦେଉଥିବା ଏକ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓ ଆରମ୍ଭରେ ଅଧୀକ୍ଷକ ପ୍ରଥମେ କରୋନାଭାଇରସର ମାରାତ୍ମକ ବିସ୍ଫୋରଣକୁ ସମ୍ବୋଧିତ କରିଥିଲେ ଏବଂ ପରେ ସେ ଲେଖିଥିବା କବିତାକୁ ସମ୍ବୋଧିତ କରିଥିଲେ । ତାଙ୍କ କବିତାର ମୂଳ ବିଷୟ ହେଉଛି ସଚେତନତା ଅବଲମ୍ବନ କରିବା ଉଚିତ ।
ଭିଡ଼ିଓରେ ବିଗ ବି ହାତ ଧୋଇବା ଏବଂ ନିରାପଦରେ ରହିବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି ।
ସେ ଲେଖିଛନ୍ତି ମୁଁ କୋଭିଡ଼ ୧୯ ବିଷୟରେ ଚିନ୍ତିତ । ମୁଁ ଏହା ସହ ଜଡ଼ିତ କିଛି ଧାଡ଼ି ଲେଖିଛି । ସତର୍କ ରହିବାକୁ ସେ ନିଜର ଫ୍ୟାନଙ୍କୁ ନିବେଦନ କରିଛନ୍ତି ।