ଭୁବନେଶ୍ୱର ସ୍ପେଶାଲ ସ୍ବାର୍ଡ ହାତରେ ଧରାହେଲା ୟୁଟ୍ୟୁବର ଜୟଦେବ ଲେଙ୍କା

0

ବଡଚଣା / ବେଦପ୍ରକାଶ ନାୟକ :  ବର୍ତ୍ତମାନ ସମୟରେ  ବହୁଳ ମାତ୍ରାରେ ସୋସିଆଲ ମିଡ଼ିଆର ଜୋରଦାର ପ୍ରଚାର ପ୍ରସାର ହେଉଥିବା ବେଳେ ଏହାର ଅପବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି ଏ ଦିଗରେ ଅନେକ ଅପରାଧିକ କାର୍ଯ୍ୟକଳାପ ବି ଘଟୁଛି । ସାଇବର ନାଁ ରେ ଜିଲ୍ଲା ଏବଂ ରାଜ୍ୟରେ ସ୍ବତନ୍ତ୍ର ଥାନା ପ୍ରତିଷ୍ଠା ହୋଇଥିବା ବେଳେ ସୋସିଆଲ ମିଡିଆରେ ତିଆରି ହେଉଥିବା ଫେକ ଆଇଡି, ଫେକ ପୋଷ୍ଟର ଏବଂ ବ୍ୟକ୍ତିଗତ ଆକ୍ରୋଶ କରିବା ଭଳି ଭିଡିଓ ଏବଂ ଅଡିଓ ଉପରେ ରୋକ ଲାଗି ପାରୁ ନାହିଁ । ନିକଟ ଅତୀତରେ ମାନ୍ୟବର ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇବା ପରଠାରୁ ଉଦ୍ଧତାମିର ଚରମ ସୀମାରେ କିଛି ଅସାମାଜିକ ଯୁବକ । ଯେତେବେଳ ଯାହାକୁ ଯିଏ ଚାହିଁଲା ମନଇଚ୍ଛା ଫେକ ଭିଡିଓ କରି ବ୍ୟକ୍ତିଗତ ଆକ୍ଷେପ କରିବା ଏବଂ ଅପଶବ୍ଦ ବ୍ୟବହାର କରି ଗାଳି ଗୁଳଜ କରିଲା।

ସୂଚନା ଥାଉକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରବିଧାୟକ ହିମାଂଶୁ ଶେଖର ସାହୁ ଏବଂ ବିଜେଡିର ଖୋର୍ଦ୍ଧା ସାଂସଦ ପ୍ରାର୍ଥଙ୍କ ବିରୁଦ୍ଧରେ ଜୟଦେବ ଲେଙ୍କା ନାମକ ଜଣେ ଯୁବକ ଅନେକ ଦିନ ଧରି ନିଜର ଜୟଦେବ ଅଫିସିଆଲ ନାମକ ୟୁଟୁବ ଏବଂ ଫେସବୁକ ଆକାଉଣ୍ଟରେ ଖବର ପ୍ରସାରଣ କରିଆସୁଥିଲେ।ଏପରି କି ଗୋଟିଏ ପରେ ଗୋଟିଏ ଭିଡିଓ କରି ଲଗାତାର ଧର୍ମଶାଳା ବିଧାୟକଙ୍କୁ ବ୍ୟକ୍ତିଗତ ଟାର୍ଗେଟ କରି ଗୁଣ୍ଡା, ଦାଦା, ଦଲାଲ, ପାହାଡ଼ରୁ ଚାନ୍ଦା ନେଉଛନ୍ତି ଭଳି ଅନେକ ଅପଶବ୍ଦ ବ୍ୟବହାର କରି ବିଧାୟକଙ୍କ ପରିବାର ବିରୁଦ୍ଧରେ ଅନେକ କଟୁ ମନ୍ତବ୍ୟ ଦେବା ସହ ଆଗାମୀ ପାଞ୍ଚ ବର୍ଷରେ ଜୀବନ ବର୍ବାଦ କରିଦେବି ଏବଂ ମାନସିକ ନିର୍ଯାତନା ଦେଇ ହାରାସ କରିଦେବା ଭଳି କଥା ଭିଡିଓ ରେ କହିଆସୁଥିଲା। ଯାହାକୁ ନେଇ ତା ନାମରେ ଥାନାରେ ଅଭିଯୋଗ ହେଇଥିଲା।ସେହିପରି ବିଜେଡିର ଖୋର୍ଦ୍ଧା ଜିଲ୍ଲା ସାଂସଦ ପ୍ରାଥୀ ମନ୍ମଥ ରାଉତରାୟଙ୍କ ବିରୁଦ୍ଧରେ ମଧ୍ଯ ଉକ୍ତ ଯୁବକ ଜଣକ ସମାଲୋଚନା ଓ ଭିଡିଓ ନିଜ ଚାନେଲରେ ପ୍ରସାରଣ କରିଥିବା ନେଇ ଭୁବନେଶ୍ଵର ଲିଙ୍ଗରାଜ ଥାନାରେ ଗତ ୬-୧୧- ୨୦୨୪ରେ ମାମଲା ନମ୍ବର ୨୨୯/୨୪ ରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ୨୯୪, ୩୫୬ (୨), ୩୦୮(୩) ରୁଜୁ ହୋଇଥିଲା। ଏପଟେ ମଧ୍ୟ ଧର୍ମଶାଳା ବିଧାୟକଙ୍କ ସମର୍ଥକ ମାନେ ଗତ କିଛି ଦିନ ତଳେ ଜେନାପୁର ଏବଂ ଧର୍ମଶାଳା ଥାନାରେ ଏତଲା ମଧ୍ୟ ଦେଇଥିଲେ। ଯାହାକୁ ନେଇ ରାଜ୍ୟ ସାଇବର ସ୍ପେଶାଲ ସ୍ବାର୍ଡ ପକ୍ଷରୁ ତିନି ଦିନ ଧରି ଉକ୍ତ ଯୁବକକୁ କାବୁ କରିବା ପାଇଁ ସତ୍ୟନଗର ସ୍ଥିତ ଏକ ଭଡ଼ା ଘର ଏବଂ ଆଖ ପାଖ ପୋଲିସ ଜଗି ରହିଥିଲା। ଗତକାଲି ଯୁବକ ଜୟଦେବ ଲେଙ୍କା ମୁଁହରେ ଏକ ମାସ୍କ ଦେଇ ଭଡା ଘରୁ ଖସି ଯାଉଥୁବା ସମୟରେ ସ୍ପେଶାଲ ସ୍ବାର୍ଡ ର ଏକ ଟିମ ତାକୁ କାବୁ କରିନେଇ ଲକ୍ଷ୍ମୀସାଗର ଥାନାରେ ଅଟକ ରଖୁଛନ୍ତି । ଆଜି ଉକ୍ତ ଯୁବକକୁ ଧର୍ମଶାଳା ପୋଲିସ ଆଣି ଅଧିକ ତଦନ୍ତ କରି କୋର୍ଟ ଚାଲାଣ କରିପାରେ ବୋଲି ବିଶେଷ ସୁତରୁ ଖବର ମିଳିଛି।