ପ୍ରକାଶ ପାଇଛି ସ୍ୱଚ୍ଛତା ସର୍ଭେ ରିପୋର୍ଟ। ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୨୪-୨୫ ଫଳାଫଳ ଅନୁସାରେ ଇନ୍ଦୋର ପ୍ରଥମ ସ୍ଥାନରେ , ସୁରତ ଦ୍ୱିତୀୟ ସ୍ଥାନରେ ମୁମ୍ବାଇ ତୃତୀୟ ସ୍ଥାନରେ ଏବଂ ଭୁବନେଶ୍ୱର ନବମ ସ୍ଥାନରେ ଅଛି। । ଜାତୀୟ ସ୍ତରରେ ନବମ ସ୍ଥାନରେ ଭୁବନେଶ୍ୱର ରହିଛି । ଗତ ଥର ୩୪ସ୍ଥାନରେ ରହିଥିଲା । ୩ଲକ୍ଷ ରୁ ୧୦ ଲକ୍ଷ ଜନ ସଂଖ୍ୟା ସହର ମଧ୍ୟରେ ଭୁବନେଶ୍ୱର ନବମ ସ୍ଥାନ ଅଧିକାର କରିଛି । ତେବେ ଏହି ସଫଳତାର ଶ୍ରେୟ ଭୁବନେଶ୍ବରବାସୀଙ୍କୁ ଦେଇଛନ୍ତି ମାନନୀୟକ୍ଷ ମେୟର ଓ କମିଶନର ।