(ରିପୋର୍ଟରସ ଟୁଡେ, ଭୁବନେଶ୍ୱର): ଶୁକ୍ରବାର ଭୁବନେଶ୍ୱର-ମୁମ୍ବାଇ ସ୍ଶୋଲ୍ ଏକ୍ସପ୍ରେସ୍ ବାତିଲ କରାଯାଇଛି । ଏ ନେଇ ରେଳବାଇ ପକ୍ଷରୁ ସୁଚନା ଦିଆଯାଇଛି । ମୁମ୍ବାଇରେ ଲଗାଣ ବର୍ଷାର୍ ହେତୁୁ ଏପରି ନିଷ୍ପତି ନିିଆଯାଇଥିବା ଜଣାପଡିଛି । ସୁଚନା ଯେ, ମୁମ୍ବାଇ ସହରାଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ପୁରା ମୁମ୍ବାଇ ସହର ଜଳମଗ୍ନ ହୋଇରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ମୁମ୍ବାଇକୁ ଯାତ୍ରା କରୁଥିବା ସ୍ଶୋଲ୍ ଏକ୍ସପ୍ରେସକୁ ବାତିଲ କରାଯାଇଛି । ଦିନ ତମାମ ପ୍ରବଳ ବର୍ଷା ଲାଗିରହିଥିବାରୁ ରାସ୍ତା ଉପରେ ଅଣ୍ଟେ ଉଚ୍ଚରେ ପାଣି ଚାଲିଛି । ଯାହା ଫଳରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି । ଏହି ସମୟରେ ରାଜ୍ୟ ସରକାର ଲୋକଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ।