ଭରତପୁର ପୋଲିସ ଆର୍ମି ବିବାଦ ; ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ

0

ଭରତପୁର ପୋଲିସ ଆର୍ମି ବିବାଦ ଘଟଣା । ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ । ଆଜି ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ତଦନ୍ତ କମିଶନ । ସେନା ଅଧିକାରୀ ଓ ତାଙ୍କ ବାନ୍ଧବିଙ୍କୁ ଭରତପୁର ଥାନାରେ ନିର୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଥାନା ଅଧିକାରୀଙ୍କ ସମେତ ପାଞ୍ଚ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିଲେ । ସେମାନଙ୍କ ପଲିଗ୍ରାଫ ଟେଷ୍ଟ ହୋଇଥିଲା । ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଙ୍କ ହୋଇଥିଲା ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଅନାଲିଶିସ ଟେଷ୍ଟ ହୋଇଥିଲା । ୨୮୨ ପୃଷ୍ଠାର ଏହି ତଦନ୍ତ କମିଶନ ରିପୋର୍ଟ ରହିଛି । ସେପ୍ଟେମ୍ବର ୨୨ ରେ କମିଶନ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଅକ୍ଟୋବରରେ ତଦନ୍ତ ଆରମ୍ଭ ହୋଇଥିଲା । କ୍ରାଇମ୍ ବ୍ରାଞ୍ଚ କମିଶନ ଙ୍କୁ ତଦନ୍ତ ର ଷ୍ଟାଟସ୍ ରିପୋର୍ଟ ଦେଇଥିଲେ । ଏହା ସହ ଫରେନ୍ସିକ ରିପୋର୍ଟ ଓ ଗୁଜୁରାଟ ରେ ହୋଇଥିବା ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ, ନାର୍କୋ ଅନାଲିଶିସ ରିପୋର୍ଟ କମିଶନ ଙ୍କୁ ପ୍ରଦାନ କରିଥିଲେ ।